ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ

0


ଓଡ଼ଗାଁ, କୁରାଳ-୧୨-୮-୨୦୨୧
ଆଜି ଓଡ଼ଗାଁ ବ୍ଲକ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ସୁସଂଧ୍ୟାରଣୀ ଦାସଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଛି । ସେ ଖୋର୍ଦ୍ଧା ଜିଲ୍ଲା ସାରୁଅ ପଞ୍ଚପାଲି ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ । ପୂର୍ବରୁ ଭାରପ୍ରାପ୍ତ ଭାବେ କାର୍ଯ୍ୟକରୁଥିବା ଜଳନ୍ଧର ରଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟାଳୟର ଶୈକ୍ଷିକ ବାତାବରଣଙ୍କୁ ଆଗେଇନେବା ସହ ବିଦ୍ୟାଳୟର ଉନ୍ନତି ପାଇଁ କମିଟି ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କାମନା କରିଥିଲେ।ପୂର୍ବତନ ସି.ଆର.ସିସି ରଞ୍ଜନ କୁମାର ଦାସ ଏବଂ ବର୍ତ୍ତମାନର ସି.ଆର.ସିସି ଲଳିତ ମୋହନ ମିଶ୍ର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ଆଜିର କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରାଇମଣି ଟୁଡୁ,ଜ୍ୟୋତିର୍ମୟୀ ସାହୁ,ସନ୍ତୋଷ କୁମାର ନାୟକ,ରାଧାଗୋବିନ୍ଦ ନାୟକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ମାନେ ପୁଷ୍ପଗୁଛ ଦେଇ ଶ୍ରୀମତୀ ଦାସଙ୍କୁ ସ୍ୱାଗତ କରିଥିଲେ । କୁରାଳ ସର୍କଲ ସି.ଆର.ସିସି ତଥା ଇକୋ କ୍ଲବ ଶିକ୍ଷକ ସନ୍ତୋଷ କୁମାର ସାହୁ କାର୍ଯ୍ୟ ପରିଚାଳନା କରିଥିଲେ ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

16 − 5 =