୭୫ତମ ସ୍ବାଧୀନତା ଦିବସ ପାଳିତ

0


ଓଡ଼ଗାଁ, କୁରାଳ,୧୫-୮-/ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ସର୍ବପୁରାତନ ଅନୁଷ୍ଠାନ ରାଧକୃଷ୍ଣ ଥିଏଟର ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ପବିତ୍ର ପୀଠରେ ଆଜି ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ,ଅଙ୍ଗନବାଡି କର୍ମୀ,ଆଶାକର୍ମୀ ଓ ବୁଦ୍ଧିଜୀବିଙ୍କ ଉପସ୍ଥିତିରେ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ପତ୍ତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାର ସଭାପତି ଗୌରଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ।ସମସ୍ତ କୃତି ପ୍ରତିଭା ମାନଙ୍କୁ ଯୁଧିଷ୍ଠିର ସୁବୁଦ୍ଧି ମେମୋରିଆଲ ଟ୍ରଷ୍ଟ ତରଫରୁ ପୁରସ୍କୃତ କରାଯାଇଥିବା ବେଳେ କୁରାଳ ବରପୁତ୍ର ପଦ୍ମଚରଣ ପାତ୍ରଙ୍କ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନଂ ରଖିଥିବା ସ୍ମୁତିରେଖା ସାହୁଙ୍କୁ ସାଇକେଲ ପାଇଁ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା।କୁରାଳ ଅରୋମିରା ଟ୍ରଷ୍ଟ ପକ୍ଷରୁ ମଧ୍ୟ ପ୍ରତିଭା ମାନଙ୍କୁ ଖାତା,ପେନ,ଉତ୍ତରୀୟ,ମାକ୍ସ, ମିଠା ପ୍ୟାକେଟ,ଗଛ ପ୍ରଦାନ କରାଯାଇଥିଲା।ପ୍ୟାରେଡ଼ କାର୍ଯ୍ୟକୁ ଶିକ୍ଷକ କବିଚନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ନିରଞ୍ଜନ ତ୍ରିପାଠୀ,ଗିରିଡି ପଲ୍ଲି ସମିତିସଭ୍ୟ ବିଜନ ପାଇକରାୟ,ପରିବେଶ ସାଥି ସୁକାନ୍ତ ଭାଇ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଗଣେଶ୍ୱର ସାହୁ ଅତି ସୁନ୍ଦରଭାବେ ପରିଚାଳନା କରିବା ସହିତ ସମସ୍ତ ଅତିଥି ଓ ଶିକ୍ଷାର୍ଥୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।ସେହିପରି ପଞ୍ଚାୟତରେ ସରପଞ୍ଚ ଝିଲ୍ଲୀ ପ୍ରଧାନ,ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ଃ ଜ୍ଞାନଜ୍ୟୋତି ଦାସ,କଲେଜରେ ଅଧ୍ୟକ୍ଷ ଭାବଗ୍ରାହୀ କର,ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ,ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ତ୍ରିନାଥ ପ୍ରଧାନ ଓ ଜଗୁନାରାୟଣ ସ୍କୁଲରେ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ସେଠୀ ପତ୍ତାକା ଉତ୍ତୋଳନ କରିଥିଲେ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ ।

Leave A Reply

Your email address will not be published.

nine + thirteen =