ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀର ଉଦଘାଟନୀ ଉତ୍ସବ ପାଳିତ

0


ଓଡ଼ଗାଁ, କୁରାଳ-୧୫-୮-୨୦୨୧
ଆଜି ଅପରାହ୍ନ ୨ଟାରେ ଓଡ଼ଗାଁସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ମହାନ୍ ଦାର୍ଶନିକ,ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନର ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି।ପରିବେଶ ସାଥି ସୁକାନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ବେହେରା, ଜିଲ୍ଲା ପରିଷଦ ଜୋନ୍-୧ ସଭ୍ୟ ଲୋକନାଥ ସାହୁ, ଡା.ଜ୍ଞାନଜ୍ୟୋତି ଦାଶ,ଡଃ ଅଧିବାସ ପଣ୍ଡା,ରାଜକିଶୋର ନାୟକ, ବରିଷ୍ଠ ଶିକ୍ଷକ ପଞ୍ଚାନନ ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ,ସ୍ୱାଧିନତା ସଂଗ୍ରାମରେ ତାଙ୍କର ଅବଦାନ,ବିଭିନ୍ନ ଲୋକହିତକର କାର୍ଯ୍ୟାବଳୀ, ପୂର୍ଣ୍ଣାଙ୍ଗ ଶିକ୍ଷା, ଅରବିନ୍ଦଙ୍କ ସ୍ୱପ୍ନବିଳାସୀ ପାଗଳାମି ଇତ୍ୟାଦି ସମ୍ବନ୍ଧରେ ବିଷଦଭାବେ ଆଲୋଚନା କରିଥିଲେ।ଓଡ଼ଗାଁ ଏବଂ କୁରାଳସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପାଠଚକ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସନ୍ତୋଷ କୁମାର ସାହୁ,ରବୀନ୍ଦ୍ର ପଟ୍ଟନାୟକ, କଳ୍ପନା ପାଣିଗ୍ରାହୀ, ଯଶୋବନ୍ତ ପଟ୍ଟନାୟକ, ଶାନ୍ତନୁ ବିଶୋୟୀ ପ୍ରମୁଖ ବହୁ ବୁଦ୍ଧିଜୀବୀ, ଅରବିନ୍ଦପ୍ରେମୀ ତଥା ବିଭିନ୍ନ ସମ୍ବାଦପତ୍ରର ସାମ୍ବାଦିକ ବନ୍ଧୁଗଣ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।ସର୍ବଶେଷରେପ୍ରଦୀପ କୁମାର ଜେନା ଧନ୍ୟବାଦାର୍ପଣ କରିବା ସହ ବରିଷ୍ଠ ଶିକ୍ଷକ ପୀତବାସ ସାହୁ ଶ୍ରୀ ଅରବିନ୍ଦଙ୍କ ବାଣୀ ପୁସ୍ତିକା ଉନ୍ମୋଚନ କରିଥିଲେ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

eleven − four =