ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ

0


ଓଡ଼ଗାଁ, କୁରାଳ,୧୯-୮-୨୦୨୧:ଆଜି ବିଶ୍ୱ ଫଟୋଗ୍ରାଫି ଦିବସରେ ନୟାଗଡ଼ ଜିଲ୍ଲା ଫଟୋଗ୍ରାଫି ଆସୋସିଏସନ ଓ ଓଡ଼ଗାଁ ବ୍ଲକ ଫଟୋଗ୍ରାଫି ଆସୋସିଏସନର ମିଳିତ ଉଦ୍ୟମରେ ଶରଣକୁଳସ୍ଥିତ ମା’ଝାଡେଶ୍ୱରୀଙ୍କ ପବିତ୍ର ପୀଠରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୫୦ରୁ ଅଧିକ ଫଟୋଗ୍ରାଫର ଯୋଗଦେଇଥିବା ବେଳେ ଆଗାମୀ ଦିନରେ ସଙ୍ଘକୁ ସୁଦୃଢ଼ କରିବା ପାଇଁ ଆଲୋଚନ ହୋଇଥିଲା।ପରେ କେକ୍ କାଟି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଇଥିଲା । ଓଡ଼ଗାଁ ବ୍ଳକ ଫଟୋଗ୍ରାଫିକ୍ ଆସୋସିଏସନର ନୂତନ ସଭାପତି ବଳଭଦ୍ର ସ୍ବାଇଁ ଉପ-ସଭାପତି ସୁବାଷ ଚନ୍ଦ୍ର ନାୟକ, ସମ୍ପାଦକ ପାଣୁ ଚରଣ ଖଟେଇ ,ସହ ସମ୍ପାଦକ ବିକାଶ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଣେଶ ଫଟୋ ଲ୍ୟାବର ସୁରେନ୍ଦ୍ର କୁମାର ସାହୁ ସହଯୋଗ କରିଥିଲେ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ।

Leave A Reply

Your email address will not be published.

one × 5 =