୪ ଘଣ୍ଟାପରେ ପାଣିଟାପରୁ ଷଣ୍ଢ ଉଦ୍ଧାର

0


ଓଡ଼ଗାଁ, କୁରାଳ-୨୪-୮-/ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ କୁରାଳ ନୋଡାଲ ହାଇସ୍କୁଲ ପାଚେରୀକୁ ଲାଗିଥିବା ତଥା କୁରାଳ ପୁରୁଣା ପୋଷ୍ଟ ଅଫିସ ପଛପଟକୁ ଥିବା ଏକ ପାଣିଟାପରେ ଏକ ଷଣ୍ଢ ପଡିଯାଥିଲା। ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ଷଣ୍ଢକୁ ଉଦ୍ଧାର କରିଥିଲେ।ତେବେ ଲୋକଙ୍କ କହିବାନୁଯାୟୀ ଷଣ୍ଢଟି ସାଢ଼େ ୩ରୁ ପାଣିଭିତରେ ବୁଡି ରହିଛି।୪ଘଣ୍ଟା ସଂଘର୍ଷ ପରେ ଷଣ୍ଢକୁ ଉଦ୍ଧାର କରାଯାଇଛି।ସ୍କୁଲ ପାଚେରୀକୁ ଲାଗି ଥିବା ପାଣିଟାପ ଏବେ ବିପଦପୂର୍ଣ ଅବସ୍ଥାରେ ଅଛି।ଗତ ବର୍ଷାରେ ସ୍କୁଲ ପାଚେରୀ ଭାଙ୍ଗି ପାଣିଟାପକୁ ଏକରାସ୍ତା ଖୋଲିଅଛି।ସ୍କୁଲ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଏହି ପାଚେରୀ ନିର୍ମାଣ ପାଇଁ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ ଓ ଗ୍ରାମବାସୀ ଦାବି କରିଛନ୍ତି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

seventeen − 9 =