ଶ୍ରୀରଘୁନାଥ ଭଜନ ଲୋକାର୍ପିତ

0

ଓଡ଼ଗାଁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ଓଡ଼ଗାଁରେ ଆଜି ଓଡ଼ଗାଁ ମାଟିର କବି ଲୋକନାଥ ମିଶ୍ର( ଭରଦ୍ୱ।ଜ)ଙ୍କ ରଚିତ ଗୀତ ଶ୍ରୀରଘୁନାଥ ଭଜନଟି ଶ୍ରୀଶ୍ରୀ ରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି।ଉକ୍ତ ଭଜନଟି ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରସ୍ତୁତ ହୋଇଥିବାବେଳେ ,ସଂଗୀତ ପରିଚାଳନା କରିଛନ୍ତି ଅଶୋକ କୁମାର ସାହୁ ,ସଂଗୀତ ଓ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀପ୍ରଶାନ୍ତ କୁମାର ଦାଶ।ଭଜନ ଲୋକାର୍ପଣ ଉତ୍ସବ ରେ କବି ଶରତଚନ୍ଦ୍ର ଷଢଙ୍ଗୀ ,କଣ୍ଠଶିଳ୍ପୀ ଯଶୋବନ୍ତ ପଟ୍ଟନାୟକ, କବି ପ୍ରହଲ୍ଲାଦ ବେହେରା, କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, କବୟିତ୍ରୀ ପ୍ରଭାତୀ ପଟ୍ଟନାୟକ, କବି ଅରୁଣ କୁମାର ସାହୁ, ରବିନ୍ଦ୍ର କୁମାର ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, ସ୍ୱରୂପ ରଞ୍ଜନ ମିଶ୍ର,କବି ସାରସ କୁମାର ମିଶ୍ର, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର,ପ୍ରଫୁଲ୍ଲ କୁମାର ମହାପାତ୍ର, ବିଜୟ କୁମାର ଦାଶ ସମେତ ଅନେକ କବି ଓ କଣ୍ଠଶିଳ୍ପୀ ଯୋଗ ଦେଇଥିଲେ।ପ୍ରଭୁ ଶ୍ରୀରାମ ଙ୍କ ଭଜନଟି ବେଶ୍ ଲୋକାଦୃତ ହେବବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

nineteen − 8 =