କୋମଣ୍ଡ ସୋସାଇଟିରେ ଚଢା ଦରରେ ପିଡ଼ିଆ ବିକ୍ରି

0


ଓଡ଼ଗାଁ, କୁରାଳ-୨୮-୮-୨୦୨୧:ରାଜ୍ୟ ସରକାର କୃଷକ ମାନଙ୍କୁ ଉଚିତ ମୂଲ୍ୟରେ ସାର ଜୋଗାଉଥିବା ବେଳେ ଏହାର ବ୍ୟତିକ୍ରମ ଘଟିଛି ଓଡ଼ଗାଁ ବ୍ଲକ କୋମଣ୍ଡ ସେବା ସମବାୟ ସମିତିରେ।କୋମଣ୍ଡ ଓ ରୋହିବାଙ୍କ ପଞ୍ଚାୟତ ଅଧୀନରେ ଥିବା ଏକମାତ୍ର ସୋସାଇଟିରେ ଶହେ ଟଙ୍କାରେ ୧୫କେଜି ସାର କୃଷକ ମାନଙ୍କୁ ଦେଉଥିବା ବେଳେ କିଛି ରସିଦ ମଧ୍ୟ ଦିଆଯାଉ ନାହିଁ।୧ମାସରୁ ଉର୍ଦ୍ଧ୍ଵ ହେବ ପିଡ଼ିଆ ସୋସାଇଟି ଗୋଦାମ ଘରେ ଗଚ୍ଛିତ ଥିଲେମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ଦିଆଯାଇ ନଥିଲା।ତେବେ ଆଜି ତରବରିଆ ଭାବେ ଲୋକଙ୍କୁ ପିଡ଼ିଆ ବାଣ୍ଟିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।କାର୍ଯ୍ୟରତ ସମ୍ପାଦକ ଲିଙ୍ଗରାଜ ସାହୁଙ୍କ ମନୋମୁଖୀ ବ୍ୟବହାରରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

two × three =