କରୋନା ସଚେତନତା ସହ ମାକ୍ସ ଓ ସାବୁନ ବଣ୍ଟନ

0


ଓଡ଼ଗାଁ,କୁରାଳ:୨୯-୮-୨୦୨୧: ମହାମାରୀ ‘କରୋନା’ର ତୃତୀୟ ଲହରକୁ ଦୃଷ୍ଟିରେରଖି ଓଡ଼ଗାଁ ବ୍ଲକ କୁରାଳ ଓ ତୋଟାସାହି ଗାଁକଲ୍ୟାଣ ସମିତି ତରଫରୁ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଭୁ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ପୀଠରୁ ଏହି କାର୍ଯ୍ୟକୁ କୁରାଳ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ମୂଖ୍ୟଅତିଥି ଭାବେ ପତ୍ତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥିବାବେ ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ଯୋଗଦେଇଥିଲେ। ଅଙ୍ଗନବାଡି କର୍ମୀ ବୈଜୟନ୍ତି ମଙ୍ଗରାଜ,ଦିବ୍ୟା ଭାରତୀଙ୍କ ସମେତ ପଞ୍ଚାୟତର ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ମଧ୍ୟ ଯୋଗଦେଇଥିଲେ।ଏହି ଜନସଚେତନତା ରାଲିରେ ଗ୍ରାମର ପୁରୁଷ,ମହିଳା,ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକାର୍ଡ଼,ସ୍ଲୋଗାନ ଏବଂ ଲିଫ୍ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ।ତା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।ଗ୍ରାମ ମଝିରେ ମଝିରେ ଆଶାକର୍ମୀଙ୍କ ଦ୍ୱାରା ହାତଧୋଇବାର ବିଭିନ୍ନ କୈ।ଶଳ ବତାଯାଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟକର୍ମୀ ସନ୍ଧ୍ୟାରାଣୀ ସାମଲ ପରିଚାଳନା କରିଥିଲେ।
ରିପୋର୍ଟ ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

five × 5 =