ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ

0

ନୟାଗଡ଼ ୨୯ ୮ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଆଜି ବଢ଼ିଆଳି ଏବଂ ଖୁଣ୍ଟୁବନ୍ଧ ପଞ୍ଚାୟତର ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କ ପାଇଁ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନଡ଼ିଆଳି ପଞ୍ଚାୟତର ଗବନଳ ଓ ଉଦୟପୁର ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାମର ତାଲିକା ପ୍ରସ୍ତୁତ କରାଯାଇଛି । ସେହି ଭଳି ବେଗୁନିଆପାଟଣା, ଖୁଣ୍ଟୁବନ୍ଧ ଏବଂ କଇଁଥଗାଡ଼ିଆ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି ।
କେତେକ ଗ୍ରାମରେ ମନ୍ତ୍ରୀ ଆଜି ଯୁବକ ଏବଂ ବରିଷ୍ଠ ଉଭୟଙ୍କ ସହ ଆଲୋଚନା କରିଥିବା ଦେଖାଯାଇଛି । ଏହି ଗସ୍ତରେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ପୂର୍ବତନ ଜଗରପାଳ ଗୁରୁପ୍ରସାଦ ଜେନା ଏବଂ ଖୁଣ୍ଟୁବନ୍ଧ ସରପଞ୍ଚ ସତ୍ୟବାନ ନାୟକ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି ।

Leave A Reply

Your email address will not be published.

17 − three =