ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ନୟାଗଡ଼ରେ ଆରମ୍ଭ ହେଲାଣି ବିଜୟ ଅଭିଯାନ

0

ନୟାଗଡ଼ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ନୟାଗଡ଼ ଜିଲ୍ଲାର ରାଜନୀତି ସରଗରମ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ଦିନକୁ ଦିନ ବିଜୁ ଜନତା ଦଳ ପ୍ରତି ଜନ ସମର୍ଥନ ବଢିବାରେ ଲାଗିଲାଣି। ବିଗତ ଦିନରେ ଶହ ଶହ କର୍ମୀ ଓ ନେତା ବିଭିନ୍ନ ଦଳରୁ ଆସି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।ଯାହାକି ନାମାଙ୍କନ ପୂର୍ବରୁ ବିରୋଧୀ ଦଳର ନିଦ ହଜେଇ ଦେଇଥିଲା । ଆଉ ଏବେ ଯେତେବେଳେ ପ୍ରାର୍ଥୀ ମାନଙ୍କର ଶେଷ ପର୍ଯ୍ୟାୟ ତାଲିକା ପ୍ରକାଶ ହେଲା ବିରୋଧୀ ବିଜେପି ଓ କଂଗ୍ରେସ ଦଳ ଉପରେ ଶକ୍ତ ଚାପୁଡ଼ା ଲାଗିଛି ଏବଂ ଆଗକୁ ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ବିଜେଡି କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇ ଆଣିବେ ବୋଲି ଆଲୋଚନା ହେଉଛି।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନୟାଗଡ଼ ଜିଲ୍ଲା ରେ ଐତିହାସିକ ରେକର୍ଡ ହୋଇଛି।
ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ର କ୍ରୀଦାସପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସଂଯୁବାଳା ବିଶ୍ୱାଳ ଓ ସମିତିସଭ୍ୟ ପ୍ରାର୍ଥୀ ବାସନ୍ତୀ ଦେବୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ନଡ଼ିଆଳି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପୂଜାଶ୍ରୀ ବରାଡ଼ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଓଡ଼ଗାଁ ବ୍ଲକର ବାଣ୍ଠପୁର ପଞ୍ଚାୟତ ର ସରପଞ୍ଚ ସୁନିତା ବାରିକ ଓ ସମିତିସଭ୍ୟ ପ୍ରାର୍ଥୀ ସସ୍ମିତା ଦଲାବେହେରା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ଯାହାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତି ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି। ନିର୍ଦ୍ୱନ୍ଦରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମନ୍ତ୍ରୀ ଅରୁଣ ସାହୁ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିବା ସହ ଲୋକଙ୍କ ସେବା କରିବାର ମନ୍ତ୍ର କୁ ପାଥେୟ କରି କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଭିମୁଖୀ କାର୍ଯ୍ୟକ୍ରମ ସଠିକ ଭାବେ ଜନସାଧାରଣ ପାଇ ପାରିବେ ସେଥି ପ୍ରତି ଯତ୍ନବାନ ହେବା ଦରକାର ବୋଲି ମନ୍ତବ୍ୟ ଦେଇଥିଲେ।

Leave A Reply

Your email address will not be published.

1 × 4 =