ଶାଶ୍ୱତଙ୍କ ହିଟଲରୀ ଶାସନ , ପଣସ ଖାଇ ସରକାରଙ୍କ ମୁଣ୍ଡରେ ବୋଳିଲେ ଅଠା

0

ଭୁବନେଶ୍ୱର : ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହୋଇଛି ଭିନ୍ନ ଧରଣର ବିବାଦ । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଗଚୋରରେ ସୃଷ୍ଟି କରାଯାଇଛି ପୁଣି ଏକ କାହାଣୀ। ଆଉ ଏ କାହାଣୀ ଏମିତି ହୋଇଛି ଯେପରିକି ରାଜ୍ୟର ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେବେ।

ସେଲ୍ଫ ଫାଇନାନସିଂ କୋର୍ସ ନେଇ ରାଜ୍ୟପାଳଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କୁ ଏକ ଚିଠି କରିଛନ୍ତି ଗତ ୧୨ ତାରିଖରେ । ଏଠାରେ ଆମେ ସୂଚନା ଦେବାକୁ ଚାହୁଁ ଶାଶ୍ୱତ ମିଶ୍ର ହେଉଛନ୍ତି ଉଚ୍ଚ ଶିକ୍ଷା ବିଭାଗର ସଚିବ ଯିଏ ସିଏ ହିଁ କୂଳଧିପତି ତଥା ରାଜ୍ୟପାଳଙ୍କ ସଚିବ । ଉଚ୍ଚ ଶିକ୍ଷା ବିଭାଗରୁ ଏଭଳି ଚିଠି କରିବାରେ ବିଫଳ ହେବା ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ବ୍ୟବହାର କରିଛନ୍ତି। ଏବଂ ଏହାର ପଛରେ କଣ କାରଣ ଥାଇପାରେ ତାକୁ ନେଇ ଏବେ ଚର୍ଚ୍ଚା। ଉଚ୍ଚ ଶିକ୍ଷା ବିଭାଗ ତଥା ସରକାର ଉଭୟ ନିଷ୍ପତି ନେଇ ନଥିବା ବେଳେ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଶାଶ୍ୱତ ମିଶ୍ର ଚିଠି କରି ସାଧାରଣରେ ଦ୍ଵନ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଆଉ ଦ୍ଵନ୍ଦଟି ହେଉଛି ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଛାତ୍ର ସଂଗଠନ ଏହାକୁ ସରକାରଙ୍କ ନିଷ୍ପତି ବୋଲି ବିବେଚନା କରିବେ।

ଛାତ୍ର ରାଜନୀତି ରୁ ଆସିଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ କେବେ ବି ଏଭଳି ଛାତ୍ର ମାରଣ ନୀତିକୁ ଆପଣାଇ ନାହାନ୍ତି । ବୋଧ ହୁଏ ଏଥିରେ ଅତିଷ୍ଠ ହୋଇ ଗଳା ବାଟ ଦେଇ କୁଳାଧିପତିଙ୍କ କାର୍ଯ୍ୟାଳୟରୁ କୁଳପତି ମାନଙ୍କୁ ଚିଠି କଲେ। ଏପ୍ରିଲ ୧୨ ତାରିଖରେ କୁଳାଧିପତିଙ୍କ ସଚିବ ଭାବେ ଶାଶ୍ୱତ ମିଶ୍ର ଚିଠିଟି କରିଛନ୍ତି। ଯେଉଁ ସମୟରେ କି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ରାଜ୍ୟ ବାହାରକୁ ବ୍ୟକ୍ତିଗତ କାମରେ ଯାଇଥିଲେ।

ତେବେ ଏଥିରୁ ସ୍ପଷ୍ଟ ହେଉଛି ଶାଶ୍ୱତ ମିଶ୍ରଙ୍କ ଏହି ବିବାଦୀୟ ଚିଠି ପଛରେ ନିହାତି ଭାବେ କିଛି ବ୍ୟକ୍ତିଗତ ସ୍ୱାର୍ଥ ରହିଛି। ଯେଉଁଠାରେ ସରକାର ନିଷ୍ପତି ନେଉନାହାନ୍ତି ଛାତ୍ରଛାତ୍ରୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେଠାରେ କାହିଁକି ତର ବରିଆ ଭାବେ ଶାଶ୍ୱତ ମିଶ୍ର ଏ ଚିଠି କୁଳପତି ମାନଙ୍କୁ କଲେ।

ଯାହାକୁ ନେଇ ଖୋଦ କୁଳପତି ମାନେ ଅସନ୍ତୋଷ ଜାହିର କରିଛନ୍ତି। ଆମେ ଏଠାରେ ପଚାରିବାକୁ ଚାଂହୁଛୁ ଯେଉଁଠି କୁଳପତି ମାନଙ୍କର ମତାମତ ନିଆ ଯାଇ ନାହି ଏ ନିର୍ଦ୍ଦେଶ ପୂର୍ବରୁ , ଯେଉଁଠି ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା ହୋଇନି ସେଠି ଏକ ପାଖିଆ ନିର୍ଦ୍ଦେଶ ଦେଲେ ସଚିବ?

5 T ସରକାରରେ transparancy ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବୋଧ ହୁଏ ଶାଶ୍ୱତ ମିଶ୍ର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ଏତେ ବ୍ୟଗ୍ର ଥିଲେ ଯେ 5T କୁ ଦଳି ଚକଟି ହିଟଲରି ଚିଠି ଜାରି କରିଛନ୍ତି।

ଶାଶ୍ୱତ ମିଶ୍ର ସୃଷ୍ଟି କରିଥିବା ଏହି ବୁଢିଆଣି ଜାଲରେ ଛାତ୍ର କଂଗ୍ରେସ ପଡି ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା । କିନ୍ତୁ ସେ ସମୟରେ ମନ୍ତ୍ରୀ ବାସଭବନରେ ନ ଥିଲେ । ଆମେ ପାଖରେ ଯାହା ଖବର ଅଛି ଉଚ୍ଚ ଶିକ୍ଷା ମନ୍ତ୍ରୀ ଏ କଥାକୁ ପ୍ରଶୟ ଦେବେନି।

ଦ୍ଵିତୀୟ ଭାଗରେ ଖୋଲିବୁ ପୁଣି ଏକ ପେଡି। କ୍ରମଶଃ…

Leave A Reply

Your email address will not be published.

four × four =