ଲୋକଙ୍କ ମନରୁ ଭୟ ଦୂର କରିବା ଗାନ୍ଧୀଙ୍କ ମୁଖ୍ୟ ଉଦ୍ଦେଶ୍ୟ : ଅରୁଣ

0

‘ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା – ସେବେ ଓ ଏବେ’ ଆଲୋଚନା
ନୟାଗଡ଼ : ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଇତିହାସ ଓ ଦର୍ଶନ ବିଭାଗ ଦ୍ଵାରା ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା – ସେବେ ଓ ଏବେ’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ନୟାଗଡ଼ ବିଧାୟକ ତଥା ଗାନ୍ଧୀ କଥା ପ୍ରବକ୍ତା ଡ. ଅରୁଣ କୁମାର ସାହୁ, ପ୍ରଫେସର ଅଭିରାମ ବିଶ୍ଵାଳ, ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦର୍ଶନ ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ତ୍ରିପାଠୀ ଆଲୋଚନା ଅବସରରେ ସ୍କୁଲ ବେଳରେ ଗାନ୍ଧୀ ଜୟନ୍ତୀ ପାଳନରୁ ଆଜିକାର ଗାନ୍ଧୀଙ୍କ ଜୀବନ ସମ୍ପର୍କରେ ଜାଣିବାର ସୁଯୋଗ ମିଳେ । ଗାନ୍ଧୀଙ୍କୁ ବହୁ ରୂପରେ ଜାଣିବାକୁ ମିଳେ। ଛାତ୍ର ଜୀବନରେ ବୁଢ଼ା ବେଶରେ ବଙ୍କୁଲି ବାଡି ଧରିଥିବା, ଟୋପି ପିନ୍ଧିଥିବା ଗାନ୍ଧୀଙ୍କୁ ଜାଣିବାକୁ ମିଳେ। ଗାନ୍ଧି ଶବ୍ଦଟି ଏକ ମାଧ୍ୟାକର୍ଷଣ ଶବ୍ଦ ଭଳି ଥିଲା । ତାଙ୍କ ନାଁରେ ହିଁ ଆନ୍ଦୋଳନ ହେଉଥିଲା। ଗାନ୍ଧୀ ଶବ୍ଦରେ ସେତେବେଳେ ବି ଚମକ ରହିଥିଲା । ଆଜି ବି ଚମକ ରହିଛି । ଗାନ୍ଧୀ ଆଜି ବି ଜୀବନ୍ତ ହୋଇ ରହିଛନ୍ତି। ୧୯୪୫ ମସିହାରେ ଗାନ୍ଧୀଙ୍କ ବିଚାରକୁ ନେଇ ବିଭ୍ରାନ୍ତ କରାଯାଉଥିଲା । ତାହା ସବୁଦିନ ରହିବ ନାହିଁ ବୋଲି କୁହାଯାଇଥିଲା। ରାମ ନାମର ଅମୋଘ ଅସ୍ତ୍ର ଗାନ୍ଧିଜୀ ପାଇଥିଲେ। ମୃତ୍ୟୁ ସମୟରେ ତାଙ୍କର ଶେଷ ଶବ୍ଦ ‘ହେରାମ’ ରହିଥିଲା ବୋଲି ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ। ପ୍ରତିଟି ଘଟଣା ଓ ପ୍ରତିଟି ପ୍ରସଙ୍ଗରେ ଗାନ୍ଧିଜୀ ଆଜି ବି ଜୀବନ୍ତ ବୋଲି କହିଥିଲେ। ଯୁବ ନେତୃତ୍ବର ଧାରା ଗାନ୍ଧି ସୃଷ୍ଟି କରିଥିଲେ। ସତ୍ୟ ଓ ଅହିଂସା ବ୍ୟତୀତ ଅନ୍ୟ କିଛି ନୀତି ନାହିଁ ବୋଲି ଗାନ୍ଧିଜୀ କହିଥିଲେ। ମା’, ମାଟି ଓ ମାତୃଭାଷାକୁ ଯେ ଭଲ ନପାଇଛି, ସେ ଗାନ୍ଧୀ ଦର୍ଶନ ବୁଝି ପାରିବ ନାହିଁ। ସେହିଭଳି ଭାବେ ଅନ୍ୟତମ ଆଲୋଚକ ଶ୍ରୀଯୁକ୍ତ ବିଶ୍ଵାଳ ତାଙ୍କ ଆଲୋଚନାରେ, ଗାନ୍ଧୀଙ୍କ ଆବଶ୍ୟକତା ସେବେ ଥିଲା ଓ ଏବେ ମଧ୍ୟ ରହିଛି। ଏହା ଆଦୌ ଅପ୍ରାସଙ୍ଗିକ ନୁହେଁ। ୨ଜି ଠାରୁ ୫ ଜି ମଧ୍ୟରେ ସବୁ ଜି କୁ କେବଳ ଗାନ୍ଧିଜୀ ପରାସ୍ତ କରି ପାରିବାର ସାମର୍ଥ ରଖୁଥିଲେ। ଦକ୍ଷିଣ ଆଫ୍ରିକାରେ ସେ ପ୍ରଥମେ ସତ୍ୟ ଓ ଅଂହିସାର ପ୍ରସଙ୍ଗ ଉଠାଇଥିଲେ। ଗାନ୍ଧୀ ୩ ଟି ମହାଦେଶରେ ସମ୍ଭବ ହୋଇଥିଲେ। ଭାରତ ଛଡ଼ା ୟୁରୋପ ଓ ଆଫ୍ରିକାର ଦାବି ଗାନ୍ଧୀଙ୍କ ଉପରେ ରହିଛି। ଗାନ୍ଧୀ ଜନନାୟକ ଥିଲେ। ସେ ଲୋକଙ୍କ ସହିତ ରହୁଥିଲେ। ଗାନ୍ଧୀ ମହିଳା ସଶକ୍ତି କରଣ ପ୍ରସଙ୍ଗରେ ମହିଳା ଉପେକ୍ଷିତ ହେଲେ ସମାଜ ପଙ୍ଗୁ ଅବସ୍ଥାରେ ପହଞ୍ଚିବ ବୋଲି ଗାନ୍ଧୀ କହିଥିଲେ। ଲିଙ୍ଗ ଭିତ୍ତିରେ ଶ୍ରମକୁ ଗାନ୍ଧୀ ବିରୋଧ କରୁଥିଲେ। ଗାନ୍ଧୀ ଡିଭିଜନ ପ୍ରସଙ୍ଗ ଆଲୋଚନାରେ ସମୟରେ ଆଲୋଚକ ମାର୍କସିଟ ଦ୍ଵାରା ଗାନ୍ଧୀ ତିଆରି ହୋଇନଥିବା ଆଲୋଚକ କହିଥିଲେ। ଓଡ଼ିଶା ବିଷୟରେ ଗାନ୍ଧୀଙ୍କୁ ଯେଉଁ କେତେଜଣ ଅବଗତ କରାଇଥିଲେ, ତାଙ୍କ ମଧ୍ୟରେ ଦଶପଲ୍ଲାର ଗୋବିନ୍ଦ ମିଶ୍ର ଅନ୍ୟତମ ଥିଲେ। ଗାନ୍ଧୀ ମୃତ୍ୟୁର ଆତତାୟୀ ଓ ପଛରେ ରହିଥିବା ଗୋଷ୍ଠୀକୁ ଦୋଷ ମୁକ୍ତ କରିବା ପାଇଁ ଚତୁର୍ଥ ଗୁଳିର ପ୍ରସଙ୍ଗକୁ ପ୍ରଚାର କରାଯାଉଥିବା ଆଲୋଚକ କହିଥିଲେ । ଡ. ସାହୁ ତାଙ୍କ ଆଲୋଚନାରେ ଗାନ୍ଧୀଙ୍କ ପ୍ରାସଙ୍ଗିକତା ବିରୋଧ କରୁଥିବା ବ୍ୟକ୍ତିଙ୍କ ବଂଶ ବୃଦ୍ଧି ଘଟିଛି ବୋଲି କହିଥିଲେ। ବ୍ରିଟିଶ ରାଜ ବିରୁଦ୍ଧରେ ଲଢେ଼ଇ କରିବା ପାଇଁ ଲୋକଙ୍କ ମନରୁ ଭୟ ଦୂର କରିବା ଗାନ୍ଧୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସତ୍ୟକୁ ଘୋଡେଇବାର ଅପପ୍ରୟାସକୁ ବିରୋଧ କରାଯିବା ଆବଶ୍ୟକ। ଦେଶର ବିତ୍ପାତ ପାଇଁ ବୋଲି ଗାନ୍ଧୀ ଦାୟୀ ଗୋଟେ ଧାରଣା ସୃଷ୍ଟି କରାଯାଉଛି। ସତ୍ୟକୁ ଯେଭଳି ଘୋଡ଼ା ଯାଇ ପାରିବ ନାହିଁ, ଠିକ୍ ସେଭଳି ଗାନ୍ଧୀ ଦର୍ଶନକୁ କଦାପି ଘୋଡ଼ା ଯାଇ ପାରିବ ନାହିଁ। ଗାନ୍ଧୀ ଦର୍ଶନ ସେବେ ଓ ଏବେ ରହିଛି, ମାନସିକତା ଉପରେ ସବୁ ନିର୍ଭରଶିଳ ବୋଲି ବିଧାୟକ କହିଥିଲେ। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ମିଶ୍ର, ଆଲୁମିନ କମିଟି ଆବାହକ ବିଶ୍ଵନାଥ ମହାପାତ୍ର, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଅଧ୍ୟାପକ ଗଣେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଇତିହାସ ବିଭାଗ ମୁଖ୍ୟ ଅଶ୍ୱିନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଇତିହାସ ଓ ଦର୍ଶନ ବିଭାଗ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ସ୍ୱାଧିନତା ସଂଗ୍ରାମୀ ଓ ପୂରତନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

thirteen − three =