ସଂକଟକୁ ସୁଯୋଗରେ ପରିଣତ କର : ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ପାଇଁ ପାଠ ପଢା ସମ୍ପୂର୍ଣ୍ଣ ଭାବେ ବିଗିଡି ଗଲାଣି। ଏ ଭିତରେ ଆଜି ପୁଣି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଛାତ୍ରଛାତ୍ରୀ ଙ୍କ ପାଇଁ ଟୁଇଟ ମାଧ୍ୟମରେ ସଂକଟକୁ ସୁଯୋଗ ଭାବି ଏହାର ସୁଦୁପଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, କରୋନା କ୍ରମାଗତ ଭାବେ ଗୁରୁତର ଓ ସଂକଟ ପରିସ୍ଥିତି ସୃଷ୍ଟି କରିଛି । ଆମକୁ ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ପଡିବ । ଛାତ୍ରଛାତ୍ରୀ ଅଧ୍ୟୟନରେ ଏକଗ୍ର ହେବା ଆବଶ୍ୟକତା ରହିଛି । ଅଫ୍ ଲାଇନ ହେଉ ବା ଅନଲାଇନ ହେଉ ଜ୍ଞାନ ହାସଲ କରନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।