ବାହାଘର ଭୋଜିରେ ଚଢଉ କରି ୨୫ ହଜାର ଜୋରିମାନା ଆଦାୟ
ଓଡ଼ଗାଁ, କୁରାଳ,୧୫-୫-/ଓଡ଼ଗାଁ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ଆଜି ଓଡ଼ଗାଁ ବ୍ଲକ ଗୋଲଗାଁ ପଞ୍ଚାୟତର ଗୋଲଗାଁ ରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଖବର ପାଇ ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର,ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଚଢଉ କରିଥିବା ବେଳେ ବର ମନୋଜ ପାଇକରାୟ ଓ ତାଙ୍କ ବାପା ହରେକୃଷ୍ଣ ପାଇକରାୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଥିଲେ ।ତେବେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆୟୋଜକ ରବୀନ୍ଦ୍ର ଘଡେ଼ଇଙ୍କଠାରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହିତ ଭୋଜି ଆୟୋଜନ କୁ ସମ୍ପୂର୍ଣ ବନ୍ଦ କରିଥିବା ସୂଚନା ମିଳିଛି ।ଉକ୍ତ ଚଢଉ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ