ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା
ଓଡ଼ଗାଁ, କୁରାଳ–ମହାମାରୀ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଥିବା ବେଳେ ପ୍ରଶାସନ ତରଫରୁ ବହୁ ପଦକ୍ଷେପ ନିଆଯାଉ ଅଛି ।ତେବେ ଅମାନିଆ ଙ୍କପାଇଁ ଆଜି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ।କୋମଣ୍ଡ ଛାମୁସାହିରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଆଜି ଦିନ ୨ଟାରୁ ଅନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏହି ଅଞ୍ଚଳକୁ ବାହାରଲୋକଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ।ତେବେ ସମସ୍ତ ଗ୍ରାମବାସୀଙ୍କୁ ସାମାଜିକ ଦୁରତାରକ୍ଷା କରିବା ସହିତ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୁଝାଇବା ସହ ଅଯଥାରେ କେହି ବାହାରକୁ ନବାହାରିବା ପାଇଁ ସରପଞ୍ଚ ଜନ ସାଧାରାଣଙ୍କୁ ନିବେଦନ କରିଛନ୍ତି । ରିପୋର୍ଟ-ଓଡ଼ଗାଁ, କୁରାଳରୁ–ଲକ୍ଷ୍ମୀପ୍ରିୟା ସାହୁ