ବ୍ରାଉନସୁଗାର ବିକ୍ରି ଅଭିଯୋଗରେ “ଢ଼ାବା” ମାଲିକ ଗିରଫ
ଓଡ଼ଗାଁ, କୁରାଳ-ଆଜି ଓଡ଼ଗାଁ ପୋଲିସକୁ ବଡ଼ ସଫଳତା ମିଳିଛି ।ବ୍ରାଉନସୁଗାର ବିକ୍ର ଅଭିଯୋଗରେ ଓଡ଼ଗାଁ ନୂତନ କୋର୍ଟ ସାମ୍ନାରେ ଥିବା ଅର୍ଣ୍ଣପୂର୍ଣ୍ଣା ଢ଼ାବା ମାଲିକ ରାଜୁ ଓରଫ ପ୍ରକାଶ ପ୍ରଧାନକୁ ଆଜି ଓଡ଼ଗାଁ ପୋଲିସ ଗିରଫ କରିବା ସହିତ ତାଠାରୁ ୨୦ଗ୍ରାମ ବ୍ରାଉନସୁଗାର ଜବତ କରିଛି ।ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।ଅଭିଯୁକ୍ତ ରାଜୁ କଲେଜ ଛାତ୍ରମାନଙ୍କୁ ବ୍ରାଉନସୁଗାର ଯୋଗାଉଥିବା ଖବର ଥିଲା ପୋଲିସ ପାଖରେ ତେବେ ଆଜି ଅଭିଯୁକ୍ତ ନିଜ ବୁଲେଟ ରେ ଆସୁଥିବା ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା ,ସବ-ଇନିସ୍ପେକ୍ଟର ସଞ୍ଜୟ କୁମାର ପରିଡା ,ସ୍ନେହଲତା ପ୍ରଧାନ ଚଢ଼ାଉ କରି ନିଜଢ଼ାବା ସାମ୍ନାରୁ ଅଭିଯୁକ୍ତ କୁ ଗିରଫକରି ୫୫/୨୧ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ