ବିବାହର ୫ଦିନ ପରେ ନାବାଳିକାକୁ ଉଠାଇ ନେଲା ପୋଲିସ
ଓଡ଼ଗାଁ, କୁରାଳ-ବିଭାହ ର ୫ଦିନ ପରେ ନବବଧୁ ନାବାଳିକାକୁ ନିଜ ମାଁମୁଘରୁ ଆଜି ପୋଲିସ ଉଠାଇ ନେଇଛି । ଗତ ୨୧-୫-୨୦୨୧ ରିଖରେ ବୁଗୁଡ଼ା ଥାନା ଅଧିନ ଯୋଡ଼ାବନ୍ଧର ଜୟରାମ ସାହୁଙ୍କ ନାବାଳିକା କନ୍ୟା ସନ୍ତୋସିନି କୁରାଳ ପଞ୍ଚାୟତ ହନୁମନ୍ତିଆର କ୍ଷେତ୍ରବାସୀ ସାହୁଙ୍କ ପୁଅ ଶିବସାହୁ ୨୭ବର୍ଷଙ୍କୁ ବିବାହ କରିଥିଲେ ।ତେବେ ସନ୍ତୋସିନିଙ୍କ ବୟସ ମାତ୍ର ୧୬ ବର୍ଷ ହୋଇଥିବା ଅଭିଯୋଗ ପରେ ଆଜି ଓଡ଼ଗାଁପୋଲିସ ,କୁରାଳ ଅଞ୍ଚଳ ପରିଦର୍ଶିକା ମଞ୍ଜୁ ଲତା ସାହୁ ଓ ଶିଶୁ ସୁରକ୍ଷା ସମିତି ନୟାଗଡ଼ର ସଭ୍ୟମାନେ କୁରାଳ ଗ୍ରାମପଞ୍ଚାୟତ ଲିଙ୍ଗରାଜ ପ୍ରସାଦର ନାବାଳିକାଙ୍କ ମାଁମୁଘରେ ପହଞ୍ଚି ତାକୁ ଉଠାଇ ନେବା ସହ ଶିଶୁ ସୁରକ୍ଷା ସମିତି “ତପସ୍ୟା”କୁ ହସ୍ତାନ୍ତର କରିଥିବା ଖବର ମିଳିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ