ଗଛ ପଡି ବାହାଡ଼ାଝୋଲା-ମହିପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ
ଓଡ଼ଗାଁ, କୁରାଳ-ଓଡ଼ଗାଁ ଥାନା ଅଧିନ ବାହାଡ଼ାଝୋଲା ଓ ମହିପୁର ରାସ୍ତାର ବନ୍ତଳା ଛକ ମୁଖ୍ୟରାସ୍ତା ଉପରେ ଆଜି ଅପରାହ୍ନ ୩ଟାରେ ଏକ ବିରାଟ ଆମ୍ବଗଛ ପଡିଯିବା ଫଳରେ ବହାଡ଼ାଝୋଲା ମହିପୁର ରାସ୍ତା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡିଥିଲା ଫଳରେ ୩ଘଣ୍ଟାରୁ ଉର୍ଦ୍ଧ୍ବ ସମୟଧରି ଯାତାୟାତ ଠପ ହୋଇଯାଇଥିଲା ।ରାସ୍ତାର ଦୁଇପଟେ ଅନେକ ଗାଡି ମଟର ଜମା ହୋଇରହିଥିବା ବେଳେ ଖବର ପାଇ ଓଡ଼ଗାଁ ଅଗ୍ନିସମ ବିଭାଗର ଭାରପ୍ରାପ୍ତ ଅଧିକାରୀ ପ୍ରଫୁଲ କୁମାର ପାଇକରାୟଙ୍କ ନେତୃତ୍ବରେ ଧର୍ଯ୍ୟଧର ବିଶ୍ୱାଳ,ନିମାଇଁ ସ୍ୱାଇଁ,ଶୁଭଜିତ ରଥ,ରମେଶ ସାହୁ ଓ ସନ୍ଦିପ ବେହେରା ଘଟଣା ସ୍ଥଳରେ ପହଞ୍ଚି କଟରମେସିନ ସାହାଯ୍ୟରେ ଗଛଡାଳ କାଟି ରାସ୍ତାରୁ ହଟାଇବା ପରେ ଯୋଗାଯୋଗ ସ୍ୱାଭାବିକ ହୋଇଥିବା ଜଣାପଡିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ-ଲକ୍ଷ୍ମୀପ୍ରିୟା ସାହୁ