ଗାଁ ବିଶୋଧନ କଲେ ଯୁବଗୋଷ୍ଠୀ
ଓଡ଼ଗାଁ, କୁରାଳ- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ଲଣ୍ଡାବାଦୁ ଗାଁର ଯୁବଗୋଷ୍ଠୀ ମାନେ ଗାଁର ସମସ୍ତ ସ୍ଥାନଗୁଡିକୁ ପରିଷ୍କାର କରିଛନ୍ତି । ଗାଁରେ ଥିବା ନଳକୂପ,ପୋଖରୀ,ଡ୍ରେନ, କୋଠାଘର ଓ ସ୍କୁଲସାମ୍ନା ଅତିଅପରିଷ୍କାର ହୋଇ ପଡିରହିଥିବା ବେଳେ ଯୁବଗୋଷ୍ଠୀ ମାନେ ମିଳିତହୋଇ ଏହିସବୁ ସ୍ଥାନଗୁଡିକୁ ସଫାକରିବା ସହିତ ବଲ୍ଲୀଚିଂ ପକାଇ ବିଶୋଧନ କରିଛନ୍ତି ।ନିଜେ ପରିଷ୍କାର ରହିବା ସହିତ ସଫେଇ ହୋଇଥିବା ସ୍ଥାନଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି ।ତାସହିତ ମାକ୍ସ ପିନ୍ଧିବା ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୁରତାରକ୍ଷା କରି ଚଳପ୍ରଚଳ ହେବାପାଇଁ କୁହାଯାଇଛି । ତେବେ ଏହି ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ତରଫରୁ ବିଶୋଧନ କରାନଯିବାରୁ ଯୁବଗୋଷ୍ଠୀ ଏକାଠିହୋଇ ଏଭଳି ପ୍ରଶଂସନୀୟ କାର୍ଯ୍ୟ କରିଥିବା ସ୍ଥାନୀୟ ସମାଜସେବୀ ନାରାୟଣ ଛୋଟରାୟ କହିଛନ୍ତି ।ଯୁବଗୋଷ୍ଠୀ ଏଭଳି ସାମୁହିକ କାର୍ଯ୍ୟ କରୁଥିବା ଖବରପାଇ ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ସାହୁ ସେଠାରେ ପହଁଚି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିବା ସୂଚନା ମିଳିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ