ଗ୍ରାମବାସୀଙ୍କ ଦ୍ବାରା ବନାଞ୍ଚଳ ଅଧିକାରୀ ଅଟକ
ଗ୍ରାମବାସୀଙ୍କ ଦ୍ବାରା ବନାଞ୍ଚଳ ଅଧିକାରୀ ଅଟକ
ଓଡ଼ଗାଁ, କୁରାଳ-ଓଡ଼ଗାଁ ଥାନା ସୁନାମୁହିଁ ପଞ୍ଚାୟତ ଖଙ୍ଗାରପଲ୍ଲି ଗ୍ରାମରେ ଆଜି ସକାଳୁ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ ଗ୍ରାମର ବାଇନାଥ ନାୟକ( ୭୦)ଙ୍କ ଘରୁ ସୁଆମ,ସାଳୁଆ,ସାଗୁଆନ ,ସାହାଜ କାଠପଟା ଓ ସାଇଜ ସିଜକରି ଏକ ଟ୍ରାକ୍ଟର ଯୋଗେ ଓଡ଼ଗାଁ ନେଉଥିବା ବେଳେ ଗ୍ରାମବାସୀ ମିଳିତ ହୋଇ କାଠଗାଡି ସହିତ ବନାଞ୍ଚଳ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଅଟକ ରଖିଥିବା ଖବର ମିଳିଛି ।ଘଟଣା ସ୍ଥଳରେ ଓଡ଼ଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ବନବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସରପଞ୍ଚ ମାନସ ସାହୁ ସୂଚନା ଦେଇଛନ୍ତି ।ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ