ଔଷଧୀୟ ବୃକ୍ଷ ରୋପଣ କଲେ ଅତିରିକ୍ତ ତହସିଲଦାର
ଔଷଧୀୟ ବୃକ୍ଷ ରୋପଣ କଲେ ଅତିରିକ୍ତ ତହସିଲଦାର
ଓଡ଼ଗାଁ, କୁରାଳ ୫-୬-/ଆଜି ବିଶ୍ଵପରିବେଶ ଦିବସରେ ଓଡ଼ଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗିସ୍କୁଲ ଓ ଶିଶୁଉଦ୍ୟାନ ମଝିରେ ଥିବା ସରକାରୀ ଜାଗାରେ ଅଶୋକ, ଅଁଳା,ବଉଳ ଭଳି ଅନେକ ଔଷଧୀୟ ବୃକ୍ଷରୋପଣ କରାଯାଇଛି ।ଓଡ଼ଗାଁ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜୀବନଧାରଣ ପାଇଁ ପରିବେଶ ଉପରେ ଆମେ ନିର୍ଭର କରୁ।ପରିବେଶ ସୁସ୍ଥରହିଲେ ଯାଇ ପୃଥିବୀ ଉପରେ ଜୀବଜଗତ ତିଷ୍ଠିପାରିବ ବୋଲି ବକ୍ତବ୍ୟ ରଖିବା ସହିତ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଅଚ୍ୟୁତପଣ୍ଡା, ଆଡଭୋକେଟ ପୂର୍ଣଚନ୍ଦ୍ର ଦୋରା,ରବୀନ୍ଦ୍ର ପଣ୍ଡା,ପାଣୁ ଚରଣ ପଣ୍ଡାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତଥିଲେ । ଓଡ଼ଗାଁ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ସୁଶାନ୍ତ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଅନ୍ୟମାନଙ୍କୁ ଗଛଲଗାଇବା ପାଇଁ ଅନୁରୋଧ କରିଥିଲେ ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ ।