ବାଇକ ଦୁର୍ଘଟଣାରେ ୧ ଗୁରୁତର
ଓଡ଼ଗାଁ, କୁରାଳ-୧୯-୬-/ଆଜି ସନ୍ଧ୍ୟା ୬ଟାରେ ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ ମକରପଦା ଛକରେ ସ୍ଥାନୀୟ ପଥରା ଗ୍ରାମର ଯୋଗେନ୍ଦ୍ର ନାୟକ (୫୦)ନିଜ ମଟର ସାଇକେଲ ରେ କୋମଣ୍ଡ ଗାଁ ଭିତରୁ(ଆରଇ ଅଫିସ ପାଖ) ମକରପଦା ଛକ ଉପରକୁ ଆସୁଥିବା ବେଳେ ଅସାବଧାନତା ବଶତଃ ନିଜେ ନିଜେ ସାମ୍ନାରେ ବନ୍ଦ ଥିବା ଦୋକାନରେ ପିଟିହୋଇ ତଳେ ଅଚେତ ଅବସ୍ଥାରେ ପଡିଯାଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଓଡ଼ଗାଁ ଓ ପରେ ନୟାଗଡ଼ ମେଡିକାଲକୁ ସ୍ଥନାନ୍ତରିତ ହୋଇଥିବା ଖବର ମିଳିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ