କୋଭିଡ ନିୟମକୁ ବେଖାତିର ଦୋକାନ ସିଲକଲା ପୋଲିସ
ଓଡ଼ଗାଁ, କୁରାଳ-୧୩-୭-/କୋଭିଡ ନିୟମ ଉଲ୍ଲଙ୍ଘନ କରି ବ୍ୟବସାୟ କରୁଥିବା ଅଭିଯୋଗରେ ଓଡ଼ଗାଁ ମନ୍ଦିର ରୋଡ଼ରେ ଥିବା ବାବୁ ଭେରାଇଟ ଷ୍ଟୋରକୁ ଆଜି ଓଡ଼ଗାଁ ପୋଲିସ ସିଲ କରିଛି।ସନ୍ଧ୍ୟାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଉକ୍ତ ଦୋକାନ ଖୋଲି ବ୍ୟବସାୟ କରୁଥିବା ନଜରକୁ ଆସିଥିଲା ।ପୋଲିସକୁ ଦେଖି ଜଣେ ଗ୍ରାହକ ସେଠାରୁ ବାଇକ ନେଇଚାଲି ଯାଇଥିବାବେଳେ ଅନ୍ୟ ଜଣେ ଗ୍ରାହକ ନିଜ ବାଇକ ଛାଡି ସେଠାରୁ ଚାଲିଯାଇଥିବା ଜଣାପଡିଛି ।ପୋଲିସ ଗାଡିକୁ ଥାନାକୁ ନେଇଆସି ଥିବାବେଳେ ଜୋରିମାନା ଦେଇ ଗ୍ରାହକ ତାଙ୍କ ବାଇକ ନେଇପାରିବେ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।ତେବେ ନିୟମ ଉଲ୍ଲଂଘନ ଅଭିଯୋଗରେ ପୂର୍ବରୁ ବାବୁ ଭେରାଇଟଷ୍ଟୋର ଠାରୁ ୨ଥର ଜୋରିମାନା ଆଦାୟ ହୋଇଥିବା ବେଳେ ଆଜି ଆଦର୍ଶ ଥାନା ପକ୍ଷରୁ ଦୋକାନ ସିଲ ହୋଇଥିବା ଜଣାପଡିଛି।
ରିପୋର୍ଟ-ଓଡ଼ଗାଁ କୁରାଳରୁ-ଲକ୍ଷ୍ମୀପ୍ରିୟା ସାହୁ ।