ରଶ୍ମି ରଞ୍ଜନ ଙ୍କ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳିଲେ ଏଓଟିଏସଓ ଛାତ୍ର ସଂଗଠନ
ଭୁବନେଶ୍ୱର: ଆଜି ବିଜୁ ଯୁବ ଜନତା ଦଳ ର ରାଜ୍ୟ ଯୁବ ସମ୍ପାଦକ ତଥା ଅଲ ଓଡିଶା ବୈଷୟିକ ଛାତ୍ର ସଂଗଠନ (AOTSO)ର ରାଜ୍ୟ ଆବାହକ ଇଂ ରଶ୍ମି ରଞ୍ଜନ ଦାଶ ଙ୍କ ଜନ୍ମ ଦିନ ଉପଲକ୍ଷେ AOTSO ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କଯ୍ୟକ୍ରମ ରେ ଅତିଥି ରାଜ୍ୟ ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ତଥା ପୂର୍ବତନ କର୍ପୋରେଟର ପ୍ରିତୀନନ୍ଦା ରାଉତରାୟ, ରାଜ୍ୟ ଯୁବ ଜନତା ଦଳ ର ସମ୍ପାଦକ ଇଂ ରଶ୍ମି ରଞ୍ଜନ ଦାଶ ,ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ନୂତନ ବୃକ୍ଷ ର ଦାଇତ୍ୱ ବରିଷ୍ଠ ମାନେ ନେବାକୁ କଥା ଦେଇଥିଲେ .ଛାତ୍ର ନେତା ଆଶିଷ ଜେନା, ପ୍ରକାଶ ଦଳାଇ, ଅରୁଣ ଜଗଦେଵ, ଦିବ୍ୟଜ୍ୟୋତି ବାରିକ, ଆଦିତ୍ୟ ପାଣିଗ୍ରାହୀ, ଆଶୁତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କଯ୍ୟକ୍ରମ କୁ ସଫଳ କରିଥିଲେ।
