ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ ସମ୍ୟକ ବ୍ଲକ ଟପ୍ପର
ଓଡ଼ଗାଁ, କୁରାଳ-୧୯-୭-/ଏନଏନଏସ:ଓଡ଼ଗାଁ ବ୍ଲକ କୁରାଳ ଗ୍ରାମ ପଞ୍ଚାୟତ ଦଣ୍ଡୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସମ୍ୟକ ସ୍ୱୟଂଜିତ ମିଶ୍ର ଚଳିତବର୍ଷ ଜାତୀୟ ଗ୍ରାମୀଣ ମେଧାବୃତ୍ତି (N. M. M. S)ପରୀକ୍ଷାରେ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏତଦ ବ୍ୟତୀତ ୩ୟଶ୍ରେଣୀ,୫ମଶ୍ରେଣୀ ଓ ପଠାଣି ସାମନ୍ତ ବୃତ୍ତିରେ ମଧ୍ୟ ପୂର୍ବରୁ ବ୍ଲକ ସ୍ତରରେ କୃତିତ୍ୱ ଅର୍ଜନ କରିବା ସହିତ ଡିବେଟ, କୁଇଜ,ଚିତ୍ରାଙ୍କନ, ଗୀତ ଓ ନୃତ୍ୟରେ ଜିଲ୍ଲା ଓ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ସମ୍ୟକ ଦଣ୍ଡୋର ଗ୍ରାମର ବିଦ୍ୟାଧର ମିଶ୍ର ଓ ହରପ୍ରିୟା ମିଶ୍ରଙ୍କ ନାତି ଏବଂ ସତ୍ୟଜିତ ମିଶ୍ର ଓ ମଧୁମିତା ମିଶ୍ରଙ୍କ ସୁପୁତ୍ର ଅଟନ୍ତି ।ସମ୍ୟକ ଏହି ସଫଳତା ପାଇଁ ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ପରିବାରର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ବର୍ତମାନ ଅଧ୍ୟୟନ ପାଇଁ ଓଡ଼ଗାଁ ରଘୁନାଥ ବିଦ୍ୟାପୀଠରେ ନାମ ଲେଖାଇଥିବା ସୂଚନା ମିଳିଛି ।ସମ୍ୟକଙ୍କ ଏହି ସଫଳତା ପାଇଁ କୁରାଳ ସରପଞ୍ଚ ଝିଲ୍ଲୀ ପ୍ରଧାନ,ସମିତିସଭ୍ୟ ବିଜନ ପାଇକରାୟ ଓ ବିଦ୍ୟାଳୟ କମିଟି ଅଧ୍ୟକ୍ଷ ଦିବାକର ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ