ବିଶ୍ୱ ‘ସ୍ତନ୍ୟପାନ’ ଦିବସ ପାଳିତ
ଓଡ଼ଗାଁ, କୁରାଳ-୫-୮-୨୦୨୧-ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ନେଇ ବିଶ୍ୱ ସ୍ତନ୍ୟପାନ ଦିବସ ଆଜି ପାଳିତ ହୋଇଯାଇଛି।ମା’କ୍ଷୀର ଛୁଆ ପାଇଁ ଆବଶ୍ୟକତା ଓ ଉପକାରିତା ଉପରେ ଆଲୋଚନା କରାଯିବା ସହିତ ଛୁଆର ସଠିକ ଯତ୍ନନେଇ ହୃଷ୍ଟପୃଷ୍ଟ ସହ ଓଜନ ବୃଦ୍ଧି କରିପାରିଥିବା ମା’ସୁନିତା ମହାଙ୍କୁଡ଼ ଓ ବନଲକ୍ଷ୍ମୀ ପ୍ରଧାନଙ୍କୁ ଆଜି ପୁରସ୍କୃତ କରାଯାଥିଲା।କାର୍ଯ୍ୟକ୍ରମରେ କୋମଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡ଼ଃ ସ୍ୱାତି ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଙ୍ଗନବାଡି ସୁପ୍ରଭାଇଜର ମଞ୍ଜୁଲତା ସାହୁ,ମହିଳା ସ୍ୱାସ୍ଥ୍ୟକର୍ମୀ ଧରିତ୍ରୀ ପଣ୍ଡା,ପୁରୁଷ ସ୍ବାସ୍ଥ୍ୟକର୍ମୀ ରଞ୍ଜନ କୁମାର ନାୟକ ସମ୍ମାନୀତ ଅତିଥିବାବେ ଯୋଗଦେଇଥିଲେ।ରୋହିବାଙ୍କ ଅଙ୍ଗନବାଡି କର୍ମୀ ବନିତା ମାଝୀ ଓ ବାଘୁଆ ଛକ ଅଙ୍ଗନବାଡି କର୍ମୀ ଅନୁରାଧା ପାତ୍ର କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଆଶାକର୍ମୀ ସବିତା ନାୟକ ସହଯୋଗ କରିଥିବା ସୂଚନା ମିଳିଛି।
ରିପୋର୍ଟ–ଓଡ଼ଗାଁ, କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ ।