ବୃକ୍ଷରୋପଣ କାର୍ଯ୍ୟକ୍ରମ
ଓଡ଼ଗାଁ, କୁରାଳ,୧୪-୮-୨୦୨୧:
ଆଜି ଓଡ଼ଗାଁ ବ୍ଲକ୍ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋକ୍ଲବ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରୋହିବାଙ୍କ ଗ୍ରାମପଞ୍ଚାୟତର ସରପଞ୍ଚ ମୁରଲୀଧର ପ୍ରଧାନ ଯୋଗଦେଇଥିବା ବେଳେ,ସମିତିସଭ୍ୟ ଦିଲେଶ୍ୱର ପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହନ୍ତ ବେହେରା , ଆଲୁମିନି ସଭାପତି ଭୀମସେନ ନାୟକ, କୋମଣ୍ଡ ଆଞ୍ଚଳିକ ସାଧନ କର୍ମୀ ଲଳିତମୋହନ ମିଶ୍ର ଏବଂସାମାଜିକ କର୍ମୀ ବିକ୍ରମ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରଧାନଶିକ୍ଷୟିତ୍ରୀ ସୁସଂଧ୍ୟାରଣୀ ଦାସଙ୍କ ସମେତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ସତ୍ୟନାରାୟଣ ନର୍ସରୀ ଗାର୍ଡେନ ଆମ୍ରପଲ୍ଲୀରୁ ସଂଗୃହୀତ ଆମ୍ବଗଛ,ଅଶୋକ ଗଛ, ନିମ୍ବ ଗଛ ବଉଳ ଗଛ,ବାଇଗଣ,ଲେମ୍ବୁ, କଖାରୁ,କଦଳୀ,ଭଣ୍ଡା,ସଜନା ଆଦି ୭୦ରୁ ଉର୍ଦ୍ଧ୍ୱ ଗଛ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଖଗେଶ୍ୱର ବେହେରା,ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ସାହୁ ବିଦ୍ୟାଳୟରେ କିଚେନ ଗାର୍ଡେନର ପ୍ରସ୍ତୁତି ପାଇଁ ଅତିଥି ମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ।ଇକୋକ୍ଲବ ଶିକ୍ଷକ ସନ୍ତୋଷ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ