ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଡିସେମ୍ବର ୮ ରୁ ୧୧ର ହୀରକ ଜୟନ୍ତୀ ଉଦଯାପନି ଉତ୍ସବ

0


ନୟାଗଡ଼ : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉଦଯାପନ ଉତ୍ସବ ଅନୁଷ୍ଠିତ ପାଇଁ ଏକ କାର୍ୟ୍ୟକାରୀ କମିଟି ବୈଠକ ଶନିବାର ପୂର୍ବାହ୍ନରେ ମହାବିଦ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ର ବିଧାୟକ ଡ.ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ, ନୟାଗଡ଼ ପୌରପରିଷଦର କାଉନସିଲର ଏବଂ ମହାବିଦ୍ୟାଳୟର ଆଲୁମିନି ଉପସ୍ଥିତ ଥିଲେ । ଏହି ବୈଠକରେ ଆବାହକ ବିଶ୍ୱନାଥ ମହାପାତ୍ର ହୀରକ ଜୟନ୍ତୀ ପ୍ରସ୍ତୁତ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସର୍ବସମ୍ମତି କ୍ରମେ ଡିସେମ୍ବର ୮ ତାରିଖରୁ ୧୧ ତାରିଖ ୪ ଦିନ ବ୍ୟାପି ଏହି ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଗଲା । ଏହି ଉତ୍ସବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ, ମହିଳାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ଆଲୁମିନି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ଦିନ ଦିବା ୧ ଘଣ୍ଟାରୁ ଉତ୍ସବ ଆରମ୍ଭ ହୋଇ ରାତ୍ର ୧୦ ଘଣ୍ଟାରେ ଶେଷ ହେବ । ଏହି ବୈଠକରେ ପ୍ରତ୍ୟେକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରିବା ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା । ଡିସେମ୍ବର ୧୦ ତାରିଖ ଦ୍ୱିତୀୟ ଶନିବାର ଓ ୧୧ ତାରିଖ ରବିବାର ହେଉଥିବାରୁ ବାହାରେ ରହୁଥିବା ବହୁ ଆଲୁମିନି ଏହି ଉତ୍ସବରେ ଯୋଗଦେଇ ପାରିବାର ଆଶା ରଖାଯାଇଛି । ପ୍ରତ୍ୟେକ ବ୍ଲକ ସ୍ତରରେ ମଧ୍ୟ ଆଲୁମିନି ମାନଙ୍କୁ ଏ ସମ୍ବନ୍ଧରେ ଯୋଗାଯୋଗ କରାଯାଇପାରିବ ସେ ସମ୍ବନ୍ଧରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.

2 × 3 =